କଟକ (କେନ୍ୟୁଜ): କଟକରେ ହନିଟ୍ରାପ୍ ଶିକାର ହେଲେ ଜଣେ ଯୁବ ଇଞ୍ଜିନୟର । ୩ ଅଭିଯୁକ୍ତଙ୍କୁ ଗିରଫ କଲା ଲାଲବାଗ ଥାନା ପୋଲିସ । ହନିଟ୍ରାପରେ ସହଯୋଗ କରିଥିବା ଯୁବତୀ ଫେରାର ଥିବା ଜଣାପଡିଛି। ମୁଖ୍ୟ ଅଭିଯୁକ୍ତ କଟକର ଏକ ପ୍ରତିଷ୍ଠିତ କଲେଜର ଚତୁର୍ଥ ଶ୍ରେଣୀ କର୍ମଚାରୀ । ଅନ୍ୟ ୨ ଅଭିଯୁକ୍ତ ହେଲେ ରୋହନ ନାୟକ ଓ ଅଫଜଲ୍ ଅଲ୍ଲୀ ।