ଆମେରିକାରେ ଗର୍ଭପାତ ଉପରେ ରୋକ୍

Saturday, 25 Jun, 11.31 pm

ୱାସିଂଟନ୍ : ଆମେରିକାରେ ଗର୍ଭପାତ ଉପରେ ରୋକ୍ । ସୁପ୍ରିମକୋର୍ଟଙ୍କ ନିଷେଧାଦେଶକୁ ନେଇ ଦେଶବ୍ୟାପୀ ଝଡ଼ । ୧୯୭୩ ଜାନେ ରୋ ବନାମ ହେନେରୀ ଓ୍ବାଡେ ମାମଲାର ରାୟକୁ ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟ । ପ୍ରାୟ ୫୦ ବର୍ଷ ପରେ ଗର୍ଭପାତକୁ ନେଇ ରହିଥିବା ଅଧିକାର ଉପରେ ଲାଗିଛି ରୋକ୍ । ସୁପ୍ରିମକୋର୍ଟଙ୍କ ଏହି ରାୟ ଆସିବା କ୍ଷଣି ବିଭିନ୍ନ ଷ୍ଟେଟରେ ବନ୍ଦ ହୋଇଛି ଗର୍ଭପାତ ।