ବନ୍ଧୁକ ହିଂସା ନିୟନ୍ତ୍ରଣ ବିଧେୟକରେ ବାଇଡେନଙ୍କ ସ୍ୱାକ୍ଷର

Saturday, 25 Jun, 10.32 pm

ୱାସିଂଟନ୍ : ଏକ ଐତିହାସିକ ପଦକ୍ଷେପରେ ବନ୍ଧୁକ ହିଂସା ନିୟନ୍ତ୍ରଣ ସଂପର୍କିତ ବିଧେୟକରେ ସ୍ବାକ୍ଷର କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ନିକଟରେ ଟେକ୍ସାସର ଏକ ସ୍କୁଲରେ ଗୁଳିକାଣ୍ଡରେ ୧୯ ଛାତ୍ରଛାତ୍ରୀ ଓ ୨ ଶିକ୍ଷକଙ୍କ ମୃତ୍ୟୁ ପରେ ବନ୍ଧୁକ ଆଇନ ଆହୁରି କ଼଼ଡାକଡି କରିବା ପାଇଁ ସ୍ବର ଉଠିଥିଲା ।