ଜୁନରୁ ନୂଆ ନିୟମ, ଏଣିକି ସପ୍ତାହକୁ ୪ ଦିନ ଅଫିସ୍

Wednesday, 19 Jan, 3.25 pm

ଲଣ୍ଡନ: ବ୍ରିଟେନରେ କାର୍ଯ୍ୟକାରୀ ହେବ ସପ୍ତାହକୁ ୪ ଦିନିଆ କାର୍ଯ୍ୟନିର୍ଘଣ୍ଟ । ଆସନ୍ତା ଜୁନରୁ ଏହି ନିୟମ ଆରମ୍ଭ ହେବ । ଦେଶର ପ୍ରାୟ ୩୦ଟି କମ୍ପାନୀ ଏହି ନିୟମ ଟ୍ରାଏଲ ଭିତ୍ତିରେ କାର୍ଯ୍ୟକାରୀ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି । ପ୍ରାୟ ୬ ମାସ ପର୍ଯ୍ୟର୍ନ୍ତ ଏହି ପ୍ରକ୍ରିୟା ପରୀକ୍ଷାମୂଳକ ଭାବେ ଚାଲିବ । ସପ୍ତାହରେ ୩୨ ଘଣ୍ଟାର କାର୍ଯ୍ୟନିର୍ଘଣ୍ଟ ଯଦି ସଫଳ ହୁଏ ତେବେ ଅନ୍ୟାନ୍ୟ କମ୍ପାନୀ ଏହା ଆପଣାଇବା ସହଜ ହେବ ।