ମଙ୍କିପକ୍ସରେ ୫୮ ଜଣଙ୍କ ମୃତ୍ୟୁ

Saturday, 21 May, 1.32 pm

କିଂଶାସା: କେନ୍ଦ୍ରୀୟ ଆଫ୍ରିକାର ଗଣରାଜ୍ୟ କଙ୍ଗୋରେ ଆତଙ୍କ ଖେଳାଇଛି ମଙ୍କିପକ୍ସ । ଏଥିରେ ୧୨୮୪ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୫୮ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏନେଇ ସୂଚନା ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । କଙ୍ଗୋର ସଙ୍କୁର, ଶ୍ରୋପି, ଇକ୍ୱେଟୁର ଆଦି ସ୍ଥାନରୁ ୯୧୩ ଜଣ ମଙ୍କିପକ୍ସରେ ଆକ୍ରାନ୍ତ ହୋଇଛନ୍ତି ।