ଓ୍ୱାଲର୍ଡ ଫୁଡ୍ ପ୍ରୋଗ୍ରାମରେ ବିଶ୍ୱ ଶୁଣିବ ଓଡ଼ିଶା ଖାଦ୍ୟ ସୁରକ୍ଷାର ସଫଳ କାହାଣୀ

Thursday, 23 Jun, 7.49 am

ରୋମ୍: ରୋମ୍ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓ୍ୱାଲର୍ଡ ଫୁଡ୍ ପ୍ରୋଗ୍ରାମରେ ଓଡ଼ିଶାର ଖାଦ୍ୟ ସୁରକ୍ଷା ଏବଂ ବିପର୍ଯ୍ୟୟ ପରିଚାଳନାର ସଫଳ କାହାଣୀ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । ଖାଦ୍ୟ ନିରାପତ୍ତା ପାଇଁ ଆଗରୁ ଅନ୍ୟ ଉପରେ ନିର୍ଭର କରୁଥିବା ଓଡ଼ିଶା ଆଜି କିଭଳି ଖାଦ୍ୟ ସୁରକ୍ଷାରେ ବଳକା ରାଜ୍ୟ ହୋଇପାରିଛି ସେନେଇ ଉଦବୋଧନ ଦେବେ ନବୀନ ।