୧୨ଶହ ୧୮ କୋଟି ଟଙ୍କା ପ୍ରକଳ୍ପର ଉଦଘାଟନ, ସୃଷ୍ଟି ହେବ ୩୩୯୦ ନିଯୁକ୍ତି

Saturday, 21 May, 12.01 pm

ଭୁବନେଶ୍ୱର: ଶିଳ୍ପ କ୍ଷେତ୍ରରେ ଆହୁରି ଅଧିକ ବିକଶିତ କରିବ ଓଡ଼ିଶା । ରାଜ୍ୟରେ ନୂଆ ୧୩ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ସବୁ ପ୍ରକଳ୍ପର ମୂଲ୍ୟ ରହିଛି ୧୨ଶହ ୧୮ କୋଟି ଟଙ୍କା । ଏହି ପ୍ରକଳ୍ପ ମାଧ୍ୟମରେ ରାଜ୍ୟରେ 3 ହଜାର 390ଟି ନିଯୁକ୍ତି ସୁଯୋଗ ସୃଷ୍ଟିହେବ ।