ରୋମ: ୪ବର୍ଷ ପରେ ପୁଣି ସେଇ ସ୍ମୃତି । ସେତେବେଳେ ସଂଘର୍ଷ ଭାବବିହ୍ବଳ କରିଥିଲା, ଆଉ ଆଜି ସଫଳତା ଆଖିରେ ଖୁସିର ଲୁହ ଆଣିଛି । ଏ କାହାଣୀ ନବୀନ ଓ ଶେଷ କିଶାନଙ୍କର । ସମ୍ବଲପୁର ନାକଟିଦେଉଳର ଶେଷ କିଶାନ । ଖୁବ୍ କମ୍ ବୟସରୁ ହିଁ ମୁଣ୍ଡ ଉପରୁ ବାପାମାଆଙ୍କ ହାତ ଉଠି ଯାଇଥିଲା, ବାଟ ଓଗାଳିଥିଲା ଗରିବୀ । ହେଲେ ସଫଳତାର ଜିଦ୍ ଶେଷଙ୍କୁ ଶ୍ରେଷ୍ଠ କରିଛି ।